ଖାଦ୍ୟ ତୈଳ କମ୍ପାନୀଙ୍କୁ ତାଗିଦ କଲେ ସରକାର
The government has warned oil companies

ଅନ୍ତର୍ଜାତୀୟ ବଜାରରେ ଖାଦ୍ୟ ତୈଳର ମୂଲ୍ୟ ହ୍ରାସ ପରେ କେନ୍ଦ୍ର ସରକାର ଦେଶରେ ଖାଦ୍ୟ ତୈଳ ପ୍ରସ୍ତୁତକାରୀ କମ୍ପାନୀଙ୍କୁ ମୂଲ୍ୟ ହ୍ରାସ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ କମ୍ପାନୀମାନଙ୍କୁ ସପ୍ତାହକ ମଧ୍ୟରେ ଲିଟର ପିଛା ୧୦ ଟଙ୍କା ହ୍ରାସ କରିବାକୁ ସରକାର ତାଗିଦ କରିଥିବା ବେଳେ ଗୋଟିଏ ବ୍ରାଣ୍ଡ ଖାଦ୍ୟ ତୈଳର ଅଧିକତମ ଖୁଚୁରା ମୂଲ୍ୟ(ଏମଆରପି) ସାରା ଦେଶରେ ଏକ ରହିବା ଦରକାର ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ଖାଦ୍ୟ ତୈଳ ଏମଆରପିରେ ପରିବହନ ଓ ଅନ୍ୟ ଖର୍ଚ୍ଚକୁ ପୂର୍ବରୁ ମିଶାଯାଉଥିବାରୁ ଦେଶରେ ଏମଆରପିରେ ପାର୍ଥକ୍ୟ ରହିବା ଉଚିତ ନୁହେଁ ବୋଲି ଖାଦ୍ୟ ସଚିବ ବୈଠକରେ କହିଛନ୍ତି। ଏଣୁ ଆଗାମୀ ସପ୍ତାହ ବେଳକୁ ଦେଶରେ ଖାଦ୍ୟ ତୈଳ ମୂଲ୍ୟ ହ୍ରାସ ହେବ ବୋଲି ଖାଦ୍ୟ ସଚିବ କହିଛନ୍ତି ।