ନାଳରେ ପଶିଲେ ବିଧାୟକ

The legislator fell into the ditch

ମିଳିଛି ଅନୁମତି,ପାସ୍‌ ହୋଇ ସାରିଛି ବିଲ୍‌ । ତଥାପି ଶୁଣୁ ନାହାନ୍ତି ସରକାର । ଆରମ୍ଭ ହେଉନି କାମ । ଏହା ପ୍ରତିବାଦରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ନେଲେ ଚରମ ପଦକ୍ଷେପ । ସରକାରଙ୍କୁ ଚେତାଇବାକୁ ନିଜେ ପେଟା ନାଳର ଆବର୍ଜନାରେ ପଶି ପ୍ରତିବାଦ ଜଣାଇଲେ। ଏହାପରେ ବି କାମ ଆରମ୍ଭ ନ ହେଲେ ୩ ମାସ ପରଠୁ ପେଟ ନାଳ ପାର୍ଶ୍ୱରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ କରିବେ ବୋଲି ଚରମବାଣୀ ଶୁଣାଇଛନ୍ତି କଟକ ବିଧାୟକ।

ସୂଚନା ଅନୁଯାୟୀ, ପେଟା ନାଳର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ବାରମ୍ବାର ବିଧାନସଭାରେ ଦାବୀ ଉପସ୍ଥାପନା କରିଥିଲେ କଟକ ବିଧାୟକ ମହମ୍ମଦ ମୋକିମ । ପରେ ଏ ନେଇ ଟଙ୍କା ମଞ୍ଜୁର କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ପ୍ରତିବାଦ କରି ଆଜି ବିଧାୟକ ନିଜ ସମର୍ଥକଙ୍କ ସହ ନାରାବାଜି କରି ନାଳ ନିକଟରେ ପହଞ୍ଚିଥିଲେ। ଏହାପରେ ନିଜେ ନାଳ ଭିତରେ ପଶି ପ୍ରତିବାଦ ଜଣାଇଥିଲେ।ଏନେଇ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ଦୀର୍ଘ ୨୨ ବର୍ଷର ବିଜେଡି ସରକାର ସବୁବେଳେ ସିଡିଏ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଆସୁଛି ।

ପେଟା ନାଳର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ହେବା ପରେ ଏହାର ପୁନଃରୁଦ୍ଧାର ପାଇଁ ବିଧାନସଭାରେ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ପେଟା ନାଳର ପୁନରୁଦ୍ଧାର କାମକୁ ଅନୁମତି ମିଳିଛି। ହେଲେ ତାହା ଏବେବି ଫାଇଲ ତଳେ ଚାପି ହୋଇଯାଇଛି। ତେଣୁ ଆଜି ମୁଁ ଏ ନାଳରେ ପଶି ଲୋକେ କେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଅନୁଭବ କରିଛି ।

Leave a Reply

Your email address will not be published.