ବିଳମ୍ବିତ ରାତିରେ କଲେଜ ଅଧ୍ୟକ୍ଷଙ୍କ ଘରୁ ଲୁଟ

The miscreant looted the college president’s house looted millions of dollars worth of gold jewelry and cash

କଲେଜ ଅଧ୍ୟକ୍ଷଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଓ ନାଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ | କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଝାରବେଡା ଅଞ୍ଚଳରୁ ଏହି ଅଘଟଣର ଦୃଶ୍ୟ ସାମ୍ନାକୁ ଆସିଛି | ଷଡ଼ଙ୍ଗୀଠାରେ ଥିବା ଏମ୍ କେ ଗାନ୍ଧୀ କଲେଜର ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ସାହୁଙ୍କ ଘରୁ ଚୋରି ହୋଇଛି | ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ଗଜେନ୍ଦ୍ରଙ୍କ ଘରର ପଛପଟ ଝରକା ଗ୍ରୀଲ୍ ତାଡ଼ି ଘରେ ପଶି ଆଲମିରା ଭାଙ୍ଗି ଦୁର୍ବୃତ୍ତ ଲୁଟ କରିଥିଲେ | ତାଙ୍କ ଘରୁ ୨ଟି ସୁନା ହାର, ଦୁଇ ହଳ କାନ ଫୁଲ ୩ଟା ମୁଦି, ୨ଟି ଲକେଟ୍ ଓ ୫ ହଜାର ନଗଦ ଟଙ୍କା ଲୁଟି ନେଇଥିବାର ଥାନାରେ ଅଭିଯୋଗ ହୋଇଛି | ଲୁଟ୍ ହୋଇଥିବା ନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ତୁରୁମୁଙ୍ଗା ଥାନା ଅଞ୍ଚଳରେ ବାରମ୍ବାର ଚୋରି, ଲୁଟ୍ ଆଦି ବଢିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି | ଏନେଇ ରାତ୍ରକାଳୀନ ପାଟ୍ରୋଲିଂକୁ ଜୋରଦାର କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି |

1 thought on “ବିଳମ୍ବିତ ରାତିରେ କଲେଜ ଅଧ୍ୟକ୍ଷଙ୍କ ଘରୁ ଲୁଟ

Leave a Reply

Your email address will not be published.