ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ ପୂର୍ବରୁ ଭାଙ୍ଗିଲା ଷ୍ଟାଡିୟମ ଛାତ

The stadium roof collapsed before the Sri Lanka and Australia Test matches

ମ୍ୟାଚ୍‌ ଆରମ୍ଭ ପର୍ବରୁ ଅଘଟଣ। ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁ ବ୍ୟାପକ କ୍ଷତି। ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳ ପୂର୍ବରୁ ପ୍ରବଳ ବର୍ଷା ଏବଂ ବଜ୍ରପାତରେ ବ୍ୟାପକ ଅଘଟଣ ଘଟିଛି। ଷ୍ଟାଡିୟମର ଏକ ଛାତ ଭାଙ୍ଗିଯାଇ ତଳେ ପଡିଛି। ଏହା ଏକ ଅସ୍ଥାୟୀ ଷ୍ଟାଣ୍ଡ ବା ଛାତ ଥିଲା। ତେବେ ଏଥିରେ କାହାରି କିଛି କ୍ଷତି ହୋଇନାହିଁ।

ପ୍ରଥମ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗାଲେର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଏଠାରେ ଦ୍ୱିତୀୟ ଦିନର ଖେଳ ଆରମ୍ଭ ହେବା ପୂର୍ବରୁ ବର୍ଷା ଏବଂ ବଜ୍ରପାତ ବାଧକ ସାଜିଥିଲା। ଦ୍ୱିତୀୟ ଦିନର ଖେଳ ଆରମ୍ଭ ହେବାର ପ୍ରାୟ ୯୦ ମିନିଟ୍‌ ପୂର୍ବରୁ ପ୍ରବଳ ବର୍ଷା ଓ ପବନ ଆସିଥିଲା। ଏଥିଯୋଗୁଁ ଷ୍ଟାଡିୟମର ଏକ ଅସ୍ଥାୟୀ ଛାତ ଉପୁଡି ଯାଇଥିଲା।

1 thought on “ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ ପୂର୍ବରୁ ଭାଙ୍ଗିଲା ଷ୍ଟାଡିୟମ ଛାତ

Leave a Reply

Your email address will not be published.