ବ୍ରିଟେନ୍ ପ୍ରଧାନମନ୍ତ୍ରୀ ନିର୍ବାଚନ : ଟିଭି ଡିବେଟରେ ଋଷିଙ୍କୁ ଅଦ୍ଭୁତପୂର୍ବ ସମର୍ଥନ

UK PM candidate Rishi Sunak wins a key debate over rival Liz Truss

ବ୍ରିଟେନରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ଋଷି ସୁନକ୍ ଓ ଲିଜ୍ ଟ୍ରସଙ୍କ ମଧ୍ୟରେ ମୁକାବିଲା ଜାରି ରହିଛି । ଗୁରୁବାର ଋଷି ଓ ଟ୍ରସଙ୍କ ମଧ୍ୟରେ ଏକ ଟିଭି ବିତର୍କ ଅନୁଷ୍ଠିତ ହୋଇଥିଲା । ଏଥିରେ ଋଷି ଷ୍ଟୁଡିଓ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଥିଲେ । ସେ ଆଶ୍ଚର୍ଯ୍ୟଜନକ ଭାବେ କାର୍ଯ୍ୟକ୍ରମ ସମୟରେ ଅନୁଷ୍ଠିତ ଏକ ଇଲେକ୍ଟ୍ରିକ୍ ଭୋଟିଂରେ ବିଜୟ ହାସଲ କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ବିଭିନ୍ନ ଓପିନିୟନ ପୋଲରେ ଟ୍ରସଙ୍କ କନଜରଭେଟିଭ୍ ପାର୍ଟି ବିଜୟ ନେଇ ମତ ପ୍ରକାଶ ପାଉଛି ।

ସୂଚନାନୁସାରେ, ସ୍କାଏ ନ୍ୟୁଜର ବିତର୍କରେ ଦର୍ଶକଙ୍କ ହାତରେ ପ୍ଲାକାର୍ଡ ଧରି ଋଷିଙ୍କ ସମର୍ଥନ କରିଥିଲେ । ଏହି ସମୟରେ ଏକ ଇଲେକ୍ଟ୍ରିକ୍ ଭୋଟିଂରେ ଋଷି ଟ୍ରସଙ୍କଠୁ ଆଗରେ ରହିଥିଲେ । ବିତର୍କ ବେଳେ ଟ୍ରସ୍ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ସାମ୍ନା କରିଥିଲେ । ତାଙ୍କୁ ଟ୍ୟାକ୍ସ ପଲିସି ଉପରେ କିଛି ପ୍ରଶ୍ନ କରାଯାଇଥିଲା । ଏଥିରେ ଲଣ୍ଡନ ବାହାରେ ରହୁଥିବା ଲୋକଙ୍କ ପାଇଁ ଯଦି ସରକାର କମ୍ ଅର୍ଥ ବ୍ୟୟ କରନ୍ତି ତେବେ ୮.୮ ବିଲିୟନ ୟୁରୋ ସଞ୍ଚୟ ହୋଇପାରିବ ବୋଲି କହିଥିଲେ ।

ଏହାପରେ କାର୍ଯ୍ୟକ୍ରମ ପରିଚାଳନା କରୁଥିବା କେ ବର୍ଲେ କହିଥିଲେ ଯେ, ଟ୍ରସ୍ ପୂର୍ବରୁ କିଛି କହିଥିଲେ । ଏବେ ଆଉ କିଛି କହୁଛନ୍ତି । ଏହାର ଜବାବରେ ଟ୍ରସ୍ ସାମାନ୍ୟ ଅଡୁଆରେ ପଡିଥିଲେ । ତାଙ୍କ ବୟାନକୁ ପୂର୍ବେ ଭୁଲ ଭାବେ ଦର୍ଶା ଯାଇଥିବା ସେ କହିଥିଲେ ।

ନୂଆ ଓପିନିୟନ ପୋଲରେ ଟ୍ରସ୍ ଆଗରେ

ଏହାମଧ୍ୟରେ ଗଭର୍ଣ୍ଣିଂ କନଜରଭେଟିଭ୍ ପାର୍ଟିର ସଦସ୍ୟ ଏକ ସର୍ଭେ କରିଥିଲେ । ଯେଉଁଥିରେ ଟ୍ରସ୍ ସୁନକଙ୍କଠୁ ଖୁବ୍ ଆଗରେ ଥିବା ଦେଖିବାକୁ ମିଳିଥିଲା । ଏଥିରେ ୫୮ ପ୍ରତିଶତ ଟ୍ରସଙ୍କ ଉପରେ ଭରସା କରିଥିବା ଜଣାପଡିଥିଲା । ସେପଟେ ସୁନକଙ୍କୁ ମାତ୍ର ୨୬ ପ୍ରତିଶତ ସମର୍ଥନ କରିଥିଲେ ।

ଏହାପୂର୍ବରୁ ୟୁଗାଓଁ ସର୍ଭେରେ ଦେଖିବାକୁ ମିଳିଥିଲା ଯେ, ଟ୍ରସ୍ ସମସ୍ତ ଆୟୁବର୍ଗଙ୍କ ପ୍ରଥମ ପସନ୍ଦ । ଦେଶର ସମସ୍ତ ପ୍ରାନ୍ତରେ ତାଙ୍କୁ ଲୋକେ ସମର୍ଥନ କରୁଛନ୍ତି । ତେବେ ଯଦି ଓପିନିୟନ ପୋଲକୁ ସତ ଧରାଯାଏ ତାହେଲେ ଋଷିଙ୍କୁ ବିଜୟ ପାଇଁ ବଡ ଗେମ୍ ଚେଞ୍ଜରର ଆବଶ୍ୟକତା ରହିଛି ।

1 thought on “ବ୍ରିଟେନ୍ ପ୍ରଧାନମନ୍ତ୍ରୀ ନିର୍ବାଚନ : ଟିଭି ଡିବେଟରେ ଋଷିଙ୍କୁ ଅଦ୍ଭୁତପୂର୍ବ ସମର୍ଥନ

Leave a Reply

Your email address will not be published.