OTTରେ ରିଲିଜ୍‌ ହେବ ବିକିଙ୍କ ଫିଲ୍ମ ‘ଗୋବିନ୍ଦା ନାମ ମେରା’ ନିର୍ମାତା କଲେ କନଫର୍ମ

Vicky Kaushal, Kiara Advani starrer Govinda Naam Mera to opt for OTT release

ବଲିଉଡ ଅଭିନେତା ବିକି କୌଶଲ-କ୍ୟାଟ୍ରିନା ଇଣ୍ଡଷ୍ଟ୍ରିର ଲଭେବୁଲ୍‌ କପଲ୍‌ । ବିକି ବର୍ତ୍ତମାନ ତାଙ୍କ ଫିଲ୍ମ ସୁଟିଂରେ ଖୁବ୍‌ ବ୍ୟସ୍ତ ଅଛନ୍ତି । ତାଙ୍କ ହାତରେ ଏବେ ବହୁତ ପ୍ରୋଜେକ୍ଟ । ବର୍ତ୍ତମାନ ତାଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ। କାହିଁକି ନା ସେ ନିଜର ଦକ୍ଷ ଅଭିନୟ ପାଇଁ ଲୋକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି। ଏବେ ବଡ ବଡ ନିର୍ଦ୍ଦେଶକମାନେ ବିକିଙ୍କୁ ସେମାନଙ୍କ ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଛନ୍ତି। ଏଥିସହିତ ସେ ଓଟିଟି ଦୁନିଆରେ ପାଦ ଦେବାକୁ ଯାଉଛନ୍ତି।

କୁହାଯାଉଛି କି ବିକି କ ଖୁବ ଶୀଘ୍ର ଫିଲ୍ମ ‘ଗୋବିନ୍ଦା ନାମ ମେରା’ରେ ନଜର ଆସିବେ। ‘ଗୋବିନ୍ଦା ନାମ ମେରା’ର ସୁଟିଂ ଚାଲିଛି। କିଛି ଦିନ ହେବ ନିର୍ମାତାମାନେ ଘୋଷଣା କରିଥିଲେ ‘ଗୋବିନ୍ଦା ନାମ ମେରା’ ହଲ୍‌ରେ ରିଲିଜ୍‌ ହେବ । କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ନିର୍ମାତା କନଫର୍ମ କରିଛନ୍ତି କି ଫିଲ୍ମ OTT ରେ ଆସିବ। କିନ୍ତୁ ଏହା କେବେ ରିଲିଜ୍‌ ହେବ ନିର୍ମାତା ଏବଂ ଅଭିନେତା କୌଣସି ପ୍ରକାରର ସୂଚନା ଦେଇନାହାଁନ୍ତି। ଏହି ଖବର ଶୁଣିବା ପରେ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ଏଥିରେ ବିକିଙ୍କ ବ୍ୟତୀତ, ଭୁମି ପେଡନେକର ଏବଂ କିଆରା ଆଡଭାନୀଙ୍କୁ ଦେଖିବାକୁ ମିଳିବ।

Leave a Reply

Your email address will not be published.