କୋହଲି କୋରୋନା ପଜିଟିଭ୍

Virat Kohli had tested positive for Covid-19

ଇଂଲଣ୍ଡ ଟେଷ୍ଟ ଗସ୍ତ ପୂର୍ବରୁ ଭାରତୀୟ ଦଳ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଜଣେ ପରେ ଜଣେ ଖେଳାଳି କୋରୋନା ସଂକ୍ରମିତ ହୋଇଛନ୍ତି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି କୋରୋନା ସଂକ୍ରମିତ ହୋଇଛନ୍ତି । ଆଜି କୋହଲିଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ସେ ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି ।

କିଛି ଦିନ ପୂର୍ବ କୋହଲି ମାଳଦ୍ବୀପ ଯାଇଥିଲେ । ସେଠାରୁ ଆସିବା ପରେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ । ପରୀକ୍ଷା କରାଇବାରୁ ସେ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି । ଗତକାଲି (ମଙ୍ଗଳବାର) ଭାରତର ପ୍ରମୁଖ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ କୋରୋନା ସଂକ୍ରମିତ ହୋଇଥିଲେ । ଫଳରେ ଭାରତୀୟ ଟେଷ୍ଟ ଦଳ ସହ ଇଂଲଣ୍ଡ ଯାତ୍ରାରୁ ବାଦ ପଡିଛନ୍ତି ଅଶ୍ବିନୀ । ସେ ଏବେ କ୍ବାରେଣ୍ଟାଇନରେ ଅଛନ୍ତି ।

Leave a Reply

Your email address will not be published.