ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଣି ସମସ୍ୟା, ରାତି ଅଧରେ ହଙ୍ଗାମା କଲେ ଛାତ୍ରୀ

Water problems at Utkl University

ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଣି ସମସ୍ୟା । ବାରମ୍ବାର ଅଭିଯୋଗ କରିବା ପରେ ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ମିଳୁଛି, କିନ୍ତୁ କାମ ହେଉନି । ପିଇବା ପାଇଁ ପାଣି ଟୋପେ ନ ଥିବା ବେଳେ ଦୈନଦିନ ବ୍ୟବହାର ପାଇଁ ମଧ୍ୟ ପାଣିର ଅଭାବ ରହିଛି । ଉତ୍କଳ ବିଶ୍ୱବିଦ୍ୟାଳୟ ପରି ରାଜ୍ୟର ଆଗ ଧାଡ଼ିର ବିଶ୍ୱବିଦ୍ୟାଳୟରେ ଆମେ ପ୍ରତିଦିନ ଏପରି ସମସ୍ୟାର ସମ୍ମୁଖୀନ ହେଲେ ପାଠ କ’ଣ ପ‍ଢ଼ିବୁ । ତେଣୁ ଆମେ ରାତି ଅଧରେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଲୁ।

ପାଣି ସମସ୍ୟାରେ ଅତିଷ୍ଠ ଉତ୍କଳ ବିଶ୍ୱବିଦ୍ୟାଳୟର ଶତାଧୀକ ଛାତ୍ରୀ ଗତକାଲି ରାତିରେ ରାସ୍ତାକୁ ଓହ୍ଲାଇଥିବା ବେଳେ କର୍ତ୍ତୃପକ୍ଷଙ୍କ ବିରୋଧରେ ଏପରି ଅଭିଯୋଗ ଆଣି ନାରାବାଜି ଦେଇଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଆନ୍ଦୋଳନକାରୀ ଚେତାବନୀ ମଧ୍ୟ ଦେଇଥିଲେ। ବିଶେଷ କରି ବିଶ୍ୱବିଦ୍ୟାଳୟର ୬ ଏବଂ ୭ ନମ୍ବର ଛାତ୍ରୀନିବାସରେ ପାଣି ସମସ୍ୟା ଲାଗି ରହିଛି । ପିଇବା ପାଣି ସହ ଶୌଚ ହେବା ପାଇଁ ମଧ୍ୟ ପାଣିର ଅଭାବ ରହିଛି ।

ଏ ନେଇ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି । କେବଳ ପାଣି ନୁହେଁ, ବିଶ୍ୱବିଦ୍ୟାଳୟରେ ଆହୁରି ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ କର୍ତ୍ତୃପକ୍ଷ ତାହାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ କରିଛନ୍ତି ଛାତ୍ରୀମାନେ।

Leave a Reply

Your email address will not be published.