ରାଜ୍ୟପାଳଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ହେବେ କୁଳାଧିପତି

West Bengal to introduce bill to make CM chancellor of State-run varsities

ରାଜ୍ୟପାଳଙ୍କ ଦାୟିତ୍ୱ ହ୍ରାସ କରିବାକୁ ମମତା ବାନାର୍ଜୀଙ୍କ ନୂଆ ଯୋଜନା । ରାଜ୍ୟପାଳଙ୍କ ବଦଳରେ କୁଳପତି ଦାୟିତ୍ୱରେ ରହିବେ ମୁଖ୍ୟମନ୍ତ୍ରୀ । ପଶ୍ଚିମବଙ୍ଗ ବିଧାନସଭାରେ ଏନେଇ ଏକ ବିଲ ଆଣିବାକୁ ଯୋଜନା କରିଛନ୍ତି | ଏପରି ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ପଶ୍ଚିମବଙ୍ଗ କ୍ୟାବିନେଟ୍‌ । ବୁଧବାର ବସିଥିବା କ୍ୟାବିନେଟ୍‌ ବୈଠକରେ ରାଜ୍ୟ ପରିଚାଳିତ ବିଶ୍ୱ ବିଦ୍ୟାଳୟଗୁଡ଼ିକର କୁଳାଧିରତି ମୁଖ୍ୟମନ୍ତ୍ରୀ ରହିବା ନେଇ ପ୍ରସ୍ତାବ ପାରିତ ହୋଇଛି ।ଏନେଇ ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁ ସୂଚନା ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ବିବାଦ ପଶ୍ଚିମବଙ୍ଗ ରାଜନୀତିକୁ ସର୍ବଦା ସରଗରମ କରି ଆସିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ମଧ୍ୟରେ କଥା କଟାକଟି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ବାଦ ବିବାଦ ସୃଷ୍ଟି ହୋଇଛି । ତେଣୁ ରାଜ୍ୟପାଳଙ୍କ ଠାରୁ କ୍ଷମତା ହ୍ରାସ କରିବାକୁ ମମତା ବାନାର୍ଜୀ ଏହି ବିଲ କ୍ୟାବିନେଟରେ ଆଣିବାକୁ ଯାଉଛନ୍ତି ।

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପ୍ରସ୍ତାବକୁ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପିତ କରିବେ ମମତା । ପଶ୍ଚିମବଙ୍ଗରେ ଏବେ ରାଜ୍ୟପାଳ ଅଛନ୍ତି ଜଗଦୀପ ଧନକର । ତାଙ୍କ ସହ ଅନେକ ଥର ମମତା ବାନାର୍ଜୀଙ୍କ ବିବାଦ ହୋଇଛି । ଖୋଲାଖୋଲି ଭାବେ ମମତା ତାଙ୍କ ଉପରେ ବିଜେପିକୁ ସମର୍ଥନ କରୁଥିବା ନେଇ ଅଭିଯୋଗ କରିଥିଲେ । ରାଜ୍ୟପାଳ ମଧ୍ୟ ରାଜ୍ୟରେ ବିଭିନ୍ନ ଘଟଣାକୁ ନେଇ ମମତାଙ୍କୁ ନିନ୍ଦା କରୁଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published.