ଭାଲୁ ଆକ୍ରମଣରେ ମହିଳା ମୃତ୍ୟୁ

Woman dies in bear attack

ଭାଲୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ଦୁଦୁରିଆଗୁଡା ନିକଟ ଜଙ୍ଗଲରେ । ମୃତ ମହିଳା ଜଣଙ୍କ ୫୫ବର୍ଷ ବୟସ୍କା ଦଇମତି ପାଇକ ।
ତେବେ ଦଇମତି ଦୁଦୁରିଆଗୁଡା ନିକଟ ଜଙ୍ଗଲକୁ ବାଉଁଶ କରଡି ସଂଗ୍ରହ କରିବାକୁ ଯାଇଥିବା ସମୟରେ ଜଙ୍ଗଲୀ ଭାଲୁ ଆକ୍ରମଣ କରିଥିବା ସନ୍ଦେହ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଏ ନେଇ କୋରାପୁଟ ସଦର ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published.